ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଯେକୌଣସି ବ୍ୟକ୍ତି ଯିଏ ଭାରତୀୟ ନାଗରିକ ହୋଇଥିବେ, ଭାରତରେ ବାସ କରୁଥିବେ, ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ତାଙ୍କର ବୟସ ୧୮ ବର୍ଷ କିମ୍ବା ତାହାଠାରୁ ଅଧିକ ହୋଇଥିବ, ସୁସ୍ଥ ଶରୀର ଓ ମସ୍ତିଷ୍କ ଥିବ, ସେଭଳି ବ୍ୟକ୍ତି ମାସି ଡାଇନାଷ୍ଟାର ପ୍ରତିଯୋଗିତା ପାଇଁ ପଞ୍ଜୀକରଣ କରିପାରିବେ । କୌଣସି ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ତରଫରୁ ଅଂଶଗ୍ରହଣ କରିପାରିବେ ନାହିଁ । ଜଣେ ପ୍ରତିଯୋଗୀ ନିୟମ ଅନୁଯାୟୀ ପ୍ରତିଯୋଗିତାରେ ପ୍ରବେଶ କରିବା ଉଚିତ୍ । ଆପଣଙ୍କୁ ପ୍ରତିଯୋଗିତାର ସର୍ଟଲିଷ୍ଟିଙ୍ଗ ସମୟରେ ପରିଚୟ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ।

MasseyFergusonIndia.com/DYNASTAR/season-3 ରେ ଲଗ୍‌ଅନ କରନ୍ତୁ ଏବଂ ଫର୍ମ ପାଇବା ପାଇଁ ମାସି ଡାଇନାଷ୍ଟାରର ରେଜିଷ୍ଟ୍ରେଶନ ବ୍ୟାନରରେ କ୍ଲିକ୍ କରନ୍ତୁ । ଓଟିପି ଭେରିଫିକେଶନ ବା ଯାଂଚ ପାଇଁ ଆପଣଙ୍କର ମୋବାଇଲ ନମ୍ବର ଦାଖଲ କରନ୍ତୁ । ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ସେୟାର କରିଥିବା ମୋବାଇଲ ନମ୍ବର ଭାରତରେ ଏକ ସେବା ପ୍ରଦାନକାରୀ ସଂସ୍ଥା ସହ ପଞ୍ଜୀକୃତ ହୋଇଥିବ ତେବେ ଆମେ ଆପଣଙ୍କ ସହ ଯୋଗାଯୋଗରେ ରହିବାକୁ ସକ୍ଷମ ହେବୁ । ପ୍ରତିଯୋଗିତା ସମ୍ବନ୍ଧିତ ସମସ୍ତ ଯୋଗାଯୋଗ ଉକ୍ତ ନମ୍ବରରେ କରାଯିବ । ତେଣୁ ଉକ୍ତ ନମ୍ବର ଯେପରି ସବୁବେଳେ ସକ୍ରିୟ ଓ ପହଂଚଯୋଗ୍ୟ ରହିବ ତାହା ସୁନିଶ୍ଚିତ କରନ୍ତୁ ।

ଏହି ସିଜନରେ ଆପଣ ଆପଣଙ୍କ ଆଇଡିଆକୁ ଯେକୌଣସି Massey Ferguson ଟ୍ରାକ୍ଟରରେ ପ୍ରୟୋଗ କରିପାରିବେ।

ହଁ! Season 3ରେ ଆପଣ ଆପଣଙ୍କ ଆଇଡିଆକୁ ଯେକୌଣସି Massey Ferguson ଟ୍ରାକ୍ଟରରେ ପ୍ରୟୋଗ କରିପାରିବେ।

ଶେଷ ତାରିଖ 31 ମାର୍ଚ୍ଚ 2026, ରାତି 12ଟା।

ଯଦି ଆପଣଙ୍କୁ ଶେଷ 30 ରେ ତାଲିକାଭୁକ୍ତ କରାଯାଇଛି, ତେବେ TAFE କିମ୍ବା Massey Ferguson ର ଜଣେ ପ୍ରତିନିଧି ଆପଣଙ୍କ ଅନୁରୋଧ ଉପରେ, କିଛି ସର୍ତ୍ତାବଳୀ ଅନୁଯାୟୀ, ଦାଖଲ ହୋଇଥିବା ଧାରଣା / ଧାରଣା / ଡିଜାଇନକୁ ବିକାଶ, ସହ-ବିକଶିତ କିମ୍ବା ଉନ୍ନତ କରିବା ପାଇଁ ଆପଣଙ୍କ ସହିତ ଯୋଗାଯୋଗ କରିବେ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯେଉଁଠାରେ ଜଣେ ଅଂଶଗ୍ରହଣକାରୀ TAFE (କିମ୍ବା ଏହାର ବୈଷୟିକ ଦଳ) ଠାରୁ ସେମାନଙ୍କର ଧାରଣାକୁ କାର୍ଯ୍ୟକ୍ଷମ ମଡେଲ, ଡିଜାଇନ, ଉନ୍ନତ ଡିଜାଇନ କିମ୍ବା ଉନ୍ନତ ମଡେଲରେ ବିକଶିତ କରିବା ପାଇଁ ଯାନ୍ତ୍ରିକ ସହାୟତା ଅନୁରୋଧ କରନ୍ତି କିମ୍ବା ଗ୍ରହଣ କରନ୍ତି, TAFE ସେହି ନିର୍ଦ୍ଦିଷ୍ଟ ଆଉଟପୁଟ / ଡିଜାଇନ / ମଡେଲ / ଉନ୍ନତ ମଡେଲର ଏକମାତ୍ର ମାଲିକ ହେବ। ଏହି ପରିଷ୍କୃତ ସଂସ୍କରଣର ପ୍ରାଥମିକ ବିକାଶକାରୀ ଭାବରେ, TAFE ଫଳାଫଳପ୍ରାପ୍ତ ମଡେଲ, ଡିଜାଇନ ଏବଂ ଏପରି ବୈଷୟିକ ଉନ୍ନତିର ସମସ୍ତ ମାଲିକାନା ଅଧିକାର ବଜାୟ ରଖେ।

ହଁ, ଆପଣ ଅଂଶଗ୍ରହଣ କରିପାରିବେ। ତଥାପି, ଏହି ଧାରଣା କେବଳ ଏକ Massey Ferguson ଟ୍ରାକ୍ଟରରେ କାର୍ଯ୍ୟକାରୀ ହେବା ଆବଶ୍ୟକ।

ମାସି ଫୁର୍ଗସନ ଇଣ୍ଡିଆ ଓ ଟାଫେ ଫର୍ମଗୁଡିକୁ ବିସ୍ତୃତ ଭାବେ ଯାଂଚ କରିବେ ଏବଂ ଅଂଶଗ୍ରହଣକାରୀଙ୍କୁ ସର୍ଟଲିଷ୍ଟ କରିବେ । ଯଦି ଆପଣ ପରବର୍ତୀ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିବେ ତେବେ ଆପଣ କମ୍ପାନୀ ତରଫରୁ ଆପଣ ସେୟାର କରିଥିବା କଂଟାକ୍ଟ ଡିଟେଲ (ଇମେଲ ଆଇଡି/ଫୋନ୍ ନମ୍ବର) ମାଧ୍ୟମରେ ଔପଚାରିକ ଯୋଗାଯୋଗ ଗ୍ରହଣ କରିବେ । ଆମେ ମାସି ଫର୍ଗୁସନ ଇଣ୍ଡିଆ ଓ ଟାଫେର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଓ ୱେବ୍‌ଓାଇଟ୍‌ରେ ମନୋନୀତ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିବୁ ।

ଗୋଟିଏ ଆପ୍ଲିକେଶନ ଫର୍ମ ଦାଖଲ କରିବା ପାଇଁ କେବଳ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରାଯାଇପାରିବ । ଯଦି ଆପଣଙ୍କ ନିକଟରେ ଏକାଧିକ ବ୍ୟବସାୟିକ ବିଚାରଧାରା ରହିଛି, ଆପଣ ତାହାକୁ ନିଜ ନାମରେ ପଞ୍ଜୀକୃତ ହୋଇଥିବା ଭିନ୍ନ ଭିନ୍ନ ମୋବାଇଲ ନମ୍ବର ମାଧ୍ୟମରେ ଦାଖଲ କରିପାରିବେ ।

ଆପରଙ୍କୁ ଫର୍ମରେ ଉଲ୍ଲେଖ କରାଯାଇଥିବା ବାଧ୍ୟତାମୂଳକ ସ୍ଥାନ (ଞ୍ଚ)ଗୁଡିକୁ ପୂରଣ କରିବାକୁ ପଡିବ, ଏହାକୁ ପୂରଣ ନକଲେ ଆପଣ ଫର୍ମ ଦାଖଲ କରିବା ପାଇଁ ସକ୍ଷମ ହେବେ ନାହିଁ । ଏହାବ୍ୟତୀତ ଆପଣ ଆମକୁ ଯେତେ ଅଧିକ ସୂଚନା ପ୍ରଦାନ କରିବେ ଆମେ ଆପଣଙ୍କୁ ସେତେ ଭଲ ଭାବରେ ଜାଣିବାକୁ ପାଇବୁ ଏବଂ ଆପଣଙ୍କର ଫର୍ମକୁ ମୂଲ୍ୟାୟନ କରିପାରିବୁ ।

ହଁ, ଆପଣଙ୍କୁ ନୂଆ ମୋବାଇଲ ନମ୍ବର ସହ ପୁଣିଥରେ ପଞ୍ଜୀକରଣ କରିବାର ଆବଶ୍ୟକତା ରହିଛି । ଉକ୍ତ ନମ୍ବର ସବୁବେଳେ ସକ୍ରିୟ ଓ ପହଂଚଯୋଗ୍ୟ ରହିଛି ବୋଲି ସୁନିଶ୍ଚିତ କରନ୍ତୁ ।

ଆପଣ ଆମର ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଆମ ସହ ଯୋଗାଯୋଗ କରିପାରିବେ କିମ୍ବା ମକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧରଅଗ୍ଧବଲର.ମକ୍ଟଜ୍ଞ ରେ ଆମକୁ ନିଜର ସମସ୍ୟା ଲେଖିପାରିବେ ।

ଫର୍ମର ପ୍ରତ୍ୟେକ ପୃଷ୍ଠାରେ କିଛି ନିର୍ଦ୍ଧିଷ୍ଟ ବାଧ୍ୟତାମୂଳକ ସ୍ଥାନ (ଞ୍ଚ) ରହିଛି । ଫର୍ମ ଦାଖଲ କରିବା ପାଇଁ ନିଶ୍ଚିତ କରନ୍ତୁ ଯେ, ଉକ୍ତ ସମସ୍ତ ସ୍ଥାନଗୁଡିକ ପ୍ରାସଙ୍ଗିକ ସୂଚନା ସହିତ ପୂରଣ ହୋଇଛି । ଆପଣ କ୍ୟାରାକ୍ଟର ଲିମିଟ୍ (ଯଦି ଉଲ୍ଲେଖ ରହିଛି)କୁ ଯେପରି ଅନୁପାଳନ କରିବେ ତାହା ନିଶ୍ଚିତ କରନ୍ତୁ ।

ଆପଣ ସେୟାର କରିଥିବା ତଥ୍ୟ ଓ ବିବରଣୀକୁ ପ୍ରତିଯୋଗିତା ପାଇଁ ଆପଣଙ୍କର ବ୍ୟବସାୟର ମୂଲ୍ୟାୟନ କରିବା ଲାଗି କମ୍ପାନୀ ଦ୍ୱାରା ବ୍ୟବହାର କରାଯିବ । ସେୟାର କରାଯାଇଥିବା ବିବରଣୀ ଗୋପନୀୟ ରହିବ ଏବଂ ଏହାକୁ ଅନ୍ୟ କୌଣସି ୩ୟ ପକ୍ଷ ସହ ସେୟାର କରାଯିବ ନାହିଁ ।

ଯଦି ଆପଣ ଇନ୍‌-ପର୍ସନ ଅଡିସନ ରାଉଣ୍ଡ ପାଇଁ ମନୋନୀତ ହୁଅନ୍ତି ଏବଂ ଅଂଶଗ୍ରହଣକାରୀ ଓ ତାଙ୍କ ସାଥୀଙ୍କ ଟ୍ରେନ୍ ଯାତ୍ରା ଓ ରହଣୀ ପାଇଁ ଖର୍ଚ୍ଚ ଆମର କମ୍ପାନୀ ବହନ କରିବ । ଆପଣଙ୍କୁ କେବଳ ଆବଶ୍ୟକୀୟ ଡକ୍ୟୁମେଂଟ ଓ ଫଟୋଗ୍ରାଫ ଦାଖଲ କରିବା ପରେ ଅଡିସନ ଭେନ୍ୟୁରେ ପହଂଚିବା ପାଇଁ ଅନୁମତି ଦିଆଯିବ ।

ସମସ୍ତ ଆବେଦନଗୁଡିକୁ ମାସେ ଡାଇନାଷ୍ଟାର ପ୍ରତିଯୋଗିତାର ପୃଷ୍ଠାରେ ଉପଲବ୍ଧ ଫର୍ମରେ ଅପ୍‌ଲୋଡ୍ କରକାଯିବ ।

ମାସେ ଡାଇନାଷ୍ଟାର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କୌଣସି ପ୍ରବେଶ ଶୁଳ୍କର ଆବଶ୍ୟକତା ନାହିଁ । ଏହି ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ମାଗଣାରେ ଅଂଶଗ୍ରହଣ କରାଯାଇପାରିବ ।

ନିଶ୍ଚିତ ଭାବେ ଆପଣ ପ୍ରଫେସନାଲ କ୍ୟାମେରା ହେଉ କିମ୍ବା ଏକ ସ୍ମାର୍ଟଫେନ୍‌, ଯେକୌଣସି କ୍ୟାମେରାରେ ସୁଟ୍ କରିପାରିବେ । ଯଦି ଆବେଦନଗୁଡିକ ନିର୍ଦ୍ଦେଶାବଳୀର ପାଳନ କରୁଛନ୍ତି ତେବେ ଆପଣ ତାହାକୁ ଦାଖଲ କରିବା ପାଇଁ ମୁକ୍ତ ଅଟନ୍ତି । ନିୟବଗୁଡିକ ସମ୍ପର୍କରେ ଅଧିକ ସୂଚନା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।

ପ୍ରତିଯୋଗିତା ପାଇଁ ଦାଖଲ କରାଯାଉଥିବା ଡକ୍ୟୁମେଂଟ୍‌ଗୁଡିକ ୱାର୍ଡ କିମ୍ବା ପିଡିଏଫ୍ ଫର୍ମାଟରେ ହୋଇଥିବା ଉଚିତ୍ । ଭିଡିଓଗୁଡିକ ସର୍ବନିମ୍ନ ୭୨୦ପି ରିଜୋଲ୍ୟୁଶନର ହୋଇଥିବା ଜରୁରୀ । ଭିଡିଓଗୁଡିକ ୧୦୦ ଏମ୍‌ବିରୁ ଅଧିକ ହୋଇନଥିବା ଉଚିତ୍ । ତାହା କେବଳ ଏମ୍‌ପି୪ କିମ୍ବା ଏମ୍‌ଓଭି ଫର୍ମାଟର ହୋଇଥିବା ଜରୁରୀ ।

ନା, ପୂର୍ବରୁ ପ୍ରକାଶିତ ହୋଇସାରିଥିବା କୌଣସି ପ୍ରକାରର ବିଚାରକୁ ପ୍ରତିଯୋଗିତାରେ ଏକ ଆବେଦନ ଭାବେ ଦାଖଲ କରାଯାଇପାରିବ ନାହିଁ ।

ନା, ଥରେ ଦାଖଲ ହେବା ପରେ ଭିଡିଓ କିମ୍ବା ବିଚାରଗୁଡିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ନା, ସମସ୍ତ ଭିଡିଓରେ କୌଣସି ପ୍ରକାରର ୱାଟରମାର୍କ କିମ୍ବା କପିରାଇଟ ସୂଚନା ନରହିବା ଉଚିତ, ଯାହାଫଳରେ ଅଂଶଗ୍ରହଣକାରୀଙ୍କ ପରିଚୟ ଜୁରୀ ନିକଟରେ ପ୍ରକାଶ ହେବ ନାହିଁ । ବିଚାରକ ସମିତି ସମ୍ପୂର୍ଣ୍ଣ ନିରପେକ୍ଷ ଓ ଅଜ୍ଞାତ ଭାବେ ନିଷ୍ପତି ନେବ ଏବଂ ବିଚାରକ ସଦସ୍ୟ ଅଂଶଗ୍ରହଣକାରୀଙ୍କର ବିବରଣୀ ଓ ବ୍ୟକ୍ତିଗତ ସୂଚନା ଜାଣିପାରିବେ ନାହିଁ ।

ଆପଣଙ୍କୁ ନିଜ ବିଚାରର ବ୍ଲୁପ୍ରିଂଟ୍‌ର ୱର୍କିଙ୍ଗ ମଡେଲ ସହିତ ଆସିବାକୁ ପଡିବ । ମାସେ ଫର୍ଗୁସନ ଇଣ୍ଡିଆ ଟିମ୍ ଆପଣଙ୍କ ସହ ଯୋଗାଯୋଗରେ ରହିବ ଏବଂ ଆପଣ କ୍ୱାଲିଫାଏ ହେବା ପରେ ପରବର୍ତ୍ତୀ ପ୍ରକ୍ରିୟା ସମ୍ପର୍କରେ ଆପଣଙ୍କୁ ଅପ୍‌ଡେଟ ପ୍ରଦାନ କରିବ ।

ଆପଣ ନିଜର ବ୍ଲୁପ୍ରିଂଟ୍‌କୁ ଯେତେ ସମ୍ଭବ ବିସ୍ତୃତ ବିବରଣୀ ସହ ପ୍ରସ୍ତୁତ କରିପାରିବେ କିନ୍ତୁ ଏହା ସ୍ପଷ୍ଟ ହେବା ଜରୁରୀ ଅଟେ ଏବଂ ଏହାକୁ ସଠିକ୍ ଭାବେ ଉପସ୍ଥାପନା କରାଯିବା ଉଚିତ୍ ।