ନିୟମ ଓ ନିୟମାବଳୀ

ମାସେ ଡାଇନାଷ୍ଟାର ପ୍ରତିଯୋଗିତା- ସିଜନ ୨, ୨୦୨୨୪ରେ ନିଜର ବିଚାର ଦାଖଲ କରିବା ପୂର୍ବରୁ ଦୟାକରି ଏହି ନିୟମାବଳୀଗୁଡିକୁ ଭଲ ଭାବରେ ପଢନ୍ତୁ । ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆପଣ ନିମ୍ନଲିଖିତ ନିୟମଗୁଡିକୁ ଭଲ ଭାବରେ ବୁଝିଛନ୍ତି, ସ୍ୱୀକାର କରିଛନ୍ତି ଓ ବିନା ସର୍ତରେ ଅନୁସରଣ କରିବା ପାଇଁ ସହମତ ଅଛନ୍ତି:

  • MasseyFergusonIndia.com/DYNASTAR ରେ ଉପଲବ୍ଧ ପ୍ରତିଯୋଗିତାର ପୃଷ୍ଠାରେ ଆପଣ ନିଜର ଆବେଦନ ଦାଖଲ କରିପାରିବେ ।
  • 31/03/2026 ଅପରାହ୍ନ 5.00 ପରେ ଥରେ ସମୟସୀମା ଶେଷ ହେବା ପରେ ଦାଖଲ କରାଯାଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ ।
  • ଏହି ପ୍ରତିଯୋଗିତା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ ।
  • ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଅଂଶଗ୍ରହଣକାରୀମାନେ ଭାରତର ବାସିନ୍ଦା ହୋଇଥିବା ଉଚିତ ଏବଂ ଆବେଦନ ଦାଖଲ କରିବା ସମୟରେ ତାଙ୍କର ବୟସ ୧୮ ବର୍ଷ କିମ୍ବା ତାହାଠାରୁ ଅଧିକ ହୋଇଥିବା ଜରୁରୀ ।
  • ଟାଫେର କର୍ମଚାରୀ କିମ୍ବା ଚୁକ୍ତିଭିତିକ କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ।
  • ପ୍ରତ୍ୟେକ ଅଂଶଗ୍ରହଣକାରୀ କେବଳ ଗୋଟିଏ ଆବେଦନ ଦାଖଲ କରିପାରିବେ ।
  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ନିଜର ବିବରଣୀ ଦାଖଲ କରିବାକୁ ପଡିବ ଏବଂ ନିଜର ପରିଚୟ ଓ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ବୈଧ ପରିଚୟ ପ୍ରମାଣ ଦେବାକୁ ହେବ ।
  • ଡକ୍ୟୁମେଂଟ୍ ଆକାରରେ ଦାଖଲ କରାଯାଇଥିବା ବିଚାରକୁ (‘.docx’) କିମ୍ବା (‘.pdf’’) ଫର୍ମାଟ୍‌ରେ ଦାଖଲ କରାଯିବା ଉଚିତ୍ ।
  • ଭିଡିଓ ଫର୍ମାଟରେ ଦାଖଲ ପାଇଁ ନିର୍ଦ୍ଦେଶାବଳୀ ନିମ୍ନରେ ଉଲ୍ଲେଖ ରହିଛି:
    ରିଜୋଲ୍ୟୁଶନ ୭୨୦ପି
    ସମୟ ୧୦ ମିନିଟ୍‌
    ଫାଇଲ ସାଇଜ ୨୦୦ଏମ୍‌ବି
    ଫାଇଲ ନାମ ପ୍ରତିଯୋଗୀଙ୍କ ନାମ + ମୋବାଇଲ ନମ୍ବର
    ଫର୍ମାଟ୍ଏ ମ୍‌ପି୪ କିମ୍ବା ଏମ୍‌ଓଭି
  • ଦାଖଲ କରିଥିବା ଭିଡିଓ ପାଇଁ ଆପଣ ଫାଇଲ ନାମ ଉପରେ ନିଜର ନାମ ଓ ଫୋନ୍ ନମ୍ବର ପ୍ରଦାନ କରିବା ଉଚିତ୍ ।
  • ପ୍ରତିଯୋଗୀଙ୍କ ବିଚାରଧାରା ସମ୍ପୂର୍ଣ୍ଣ ଓ ସଠିକ୍ ହେବା ସହ ଜୁରି ପ୍ୟାନେଲ ନିକଟରେ ବିଚାରକୁ ଉପସ୍ଥାପନ କରିବା ପାଇଁ ପର୍ଯ୍ୟାପ୍ତ ହୋଇଥିବା ଜରୁରୀ ଅଟେ। ତଥ୍ୟକୁ ଭୂଲ ଭାବରେ ଉପସ୍ଥାପନ କରିବା କିମ୍ବା ତାହାକୁ ଅନ୍ୟ କୌଣସି ରୂପରେ ଛଦ୍ମ ଭାବେ ଉପସ୍ଥାପନ କରିବା ଦ୍ୱାରା ଆପଣ ଅଯୋଗ୍ୟ ଘୋଷିତ ହୋଇପାରନ୍ତି ।
  • ପ୍ରବେଶ ତଥା ଆବେଦନର ନକଲ କରିବା ପାଇଁ ଅନୁମତି ଦିଆଯାଇନାହିଁ । ଯଦି ଦୁଇ ଜଣ ଭିନ୍ନ ଭିନ୍ନ ଅଂଶଗ୍ରହଣକାରୀ ସମାନ ଆବେଦନ ଦାଖଲ କରନ୍ତି ତେବେ ପ୍ରଥମ ଅଂଶଗ୍ରହଣକାରୀଙ୍କୁ ବୈଧ ବିବେଚନା କରାଯିବ ।
  • ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ, ଲିଙ୍କ୍‌ଡଇନ କିମ୍ବା ଟିଟର ଭଳି କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକରେ ଦାଖଲ କରିଥିବା ଆବେଦନକୁ ସେୟାର କରିବା ଦ୍ୱାରା ଆପଣ ଅଯୋଗ୍ୟ ଘୋଷିତ ହେବେ ।
  • ଅଂଶଗ୍ରହଣକାରୀଙ୍କ ଦ୍ୱାରା ଉପରୋକ୍ତ ବିବରଣୀ ବ୍ୟତୀତ ଅନ୍ୟ ଯେକୌଣସି ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନଗୁଡିକୁ ବୈଧ ବିଚାର କରାଯିବ ନାହିଁ ।
  • ଉତେଜକପୂର୍ଣ୍ଣ ନଗ୍ନତା, ହିଂସା, ମାନବାଧିକାର କିମ୍ବା ପରିବେଶୀୟ ନିୟମର ଉଲ୍ଲଂଘନ ଏବଂ ଧାର୍ମିକ, ସାଂସ୍କୃତିକ ଓ ନୈତିକ ପରମ୍ପରା ଏବଂ ଭାରତର ପ୍ରଚଳିତ ପ୍ରଥାକୁ ବିରୋଧ କରୁଥିବା ଅନ୍ୟ ଯେକୌଣସି ବିଷୟବସ୍ତୁ ସମେତ ଅନୁପଯୁକ୍ତ / କିମ୍ବା ଆପତିଜନକ ବିଷୟବସ୍ତୁକୁ ଚିତ୍ରଣ କରୁଥିବା କିମ୍ବା ସାମିଲ ଥିବା ଭିଡିଓଗୁଡିକୁ କଠୋରତାର ସହ ନିଷେଧ କରାଯାଇଛି ଏବଂ ଏହାକୁ ତତ୍କାଳ ପ୍ରଭାବରେ ପରିତ୍ୟାଗ କରାଯିବ ।
  • ପୂର୍ବ ବର୍ଷଗୁଡିକରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓ ବିଜେତା ଘୋଷିତ ହୋଇଥିବା ଅଂଶଗ୍ରହଣକାରୀମାନେ (ପରିବାର ସଦସ୍ୟ- ପତି କିମ୍ବା ପତ୍ନୀ, ପିଲା ଓ ପିତାମାତାଙ୍କ ସମେତ) ଚଳିତ ବର୍ଷର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ।
  • Tractor company employees including TAFE’s brand Massey Ferguson India & Eicher Tractors are prohibited from participation in any edition of Massey Dynastar Contest.

ବିଚାରଧାରା ପାଇଁ ନିର୍ଦ୍ଦେଶାବଳୀ

  • ବିଚାରକୁ ଏକ ଭିଡିଓ ଓ ଡକ୍ୟୁମେଂଟ୍ ଆକାରରେ ଯେକୌଣସି ଭାରତୀୟ ଆଂଚଳିକ ଭାଷା କିମ୍ବା ଇଂରାଜୀରେ ଉପସ୍ଥାପନ କରାଯାଇପାରିବ ।
  • ଡାଇନାଟ୍ରାକ / ଡାଇନାସ୍ମାର୍ଟର ସ୍ୱତନ୍ତ୍ର ଫିଚର ଓ ଲାଭଗୁଡିକ କିଭଳି ସେମାନଙ୍କୁ ସାହାଯ୍ୟ କରିଛି, ଏହି ବିଚାର ତାହାକୁ ହାଇଲାଇଟ୍ କରୁଥିବା ଉଚିତ୍ ।
    • କୃଷି କିମ୍ବା ନୂଆ କୃଷି ପଦ୍ଧତିଗୁଡିକ ପାଇଁ ଅଭିନବ ବିଚାରଧାରା ସୃଷ୍ଟି କରନ୍ତୁ ।
    • ଏକ ଆଦର୍ଶ ଶୈଳୀରେ କାର୍ଯ୍ୟକାରିତା ଓ ପ୍ରୟୋଗର ବ୍ୟବହାର କରନ୍ତୁ ।
    • ଉଭୟ ବାଣିଜ୍ୟ ଓ କୃଷି ପାଇଁ ଡାଇନାଟ୍ରାକର ବ୍ୟବହାର କରନ୍ତୁ ।
    • ଅତିରିକ୍ତ ଆୟ ସୃଷ୍ଟି କରନ୍ତୁ ।
    • ଏକ ନୂତନ ସ୍ଥାୟୀ ବ୍ୟବସାୟ ସ୍ଥାପନ କରନ୍ତୁ ।
    • ବିଦ୍ୟମାନ ବ୍ୟବସାୟ କିମ୍ବା କୃଷି ପରିଚାଳନାକୁ ଉନ୍ନତ କରନ୍ତୁ ।
    • ସମାଜ କିମ୍ବା ପରିବେଶକୁ ବ୍ୟାପକ ସ୍ତରରେ ପରିବର୍ତନ କରନ୍ତୁ ।

ପର୍ଯ୍ୟାୟଗୁଡିକର ଯୋଗ୍ୟତା ସମ୍ବନ୍ଧିତ ନିର୍ଦ୍ଦେଶାବଳୀ

  • ଶୀର୍ଷ ୩୦ ପାଇଁ କ୍ୱାଲିଫାଏ କରିଥିବା ଅଂଶଗ୍ରହଣକାରୀମାନଙ୍କୁ ପରବର୍ତୀ ପର୍ଯ୍ୟାୟକୁ କ୍ୱାଲିଫାଏ କରିବା ପାଇଁ ନିଜ ବିଚାରର ଏକ ସ୍କେଚ୍‌ଡଆଉଟ ବ୍ଲୁପ୍ରିଂଟ୍ (ମାନୁଆଲି କିମ୍ବା ଡିଜିଟାଲି) ପ୍ରଦାନ କରିବାକୁ ହେବ ।
  • ଏହି ବ୍ଲୁପ୍ରିଂଟ୍‌କୁ ଯୋଗ୍ୟତା ସମ୍ପର୍କରେ ସୂଚିତ କରାଯିବାର ଦୁଇ ସପ୍ତାହ (୧୪ ଦିନ) ମଧ୍ୟରେ ଦେବାକୁ ପଡିବ ।
  • ଅଂଶଗ୍ରହଣକାରୀମାନଙ୍କୁ ଏକ ସବିଶେଷ ଓ ବୈଷୟିକ ଭାବେ ଉପଯୁକ୍ତ ଶୈଳୀରେ ନିଜର ବିଚାରଗୁଡିକୁ ଉପସ୍ଥାପନ କରିବା ପାଇଁ ଇଂଟରନାଲ / ଏକ୍ସଟର୍‌ନାଲ ଏକ୍ସପର୍ଟ ଓ ମେଂଟରମାନଙ୍କ ଦ୍ୱାରା ସହଯୋଗ କରାଯିବ ।
  • ଜୁରୀ ସଦସ୍ୟ ଶୀର୍ଷ ୧୫ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରିବେ ଯିଏକି ପରବର୍ତୀ ପର୍ଯ୍ୟାୟକୁ ଯିବେ ।
  • ଶୀର୍ଷ ୧୫ ଜଣ ଫାଇନାଲିଷ୍ଟଙ୍କୁ ସେମାନେ ହାସଲ କରିଥିବା ବୈଷୟିକ ମାର୍ଗଦର୍ଶନ ଏବଂ ସେମାନଙ୍କର ବ୍ଲୁପ୍ରିଂଟ୍ ଉପରେ ଆଧାର କରି ନିଜ ବିଚାରର ଏକ ୱର୍କିଂ ମଡେଲ ସହିତ ଆସିବା ପାଇଁ ୧ ମାସ ସମୟ ଦିଆଯିବ ।
  • ସେମାନଙ୍କୁ ୧୦,୦୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ ଯାହାକୁ ଏକ ୱର୍କିଂ ମଡେଲ ନିର୍ମାଣ କରିବା ଦିଗରେ ବ୍ୟବହାର କରାଯାଇପାରିବ ।
  • ଏକ ନିର୍ଦ୍ଧିଷ୍ଟ ସମୟରେ ପ୍ରତିଯୋଗିତାରୁ ଓହରିଯିବାକୁ ଚାହୁଁଥିବା ଯେକୌଣସି ଅଂଶଗ୍ରହଣକାରୀ ତାହା ପରେ କୌଣସି ପୁରସ୍କାର ପାଇବାକୁ ଯୋଗ୍ୟ ହେବେ ନାହିଁ (ୟର୍ଲି ବାର୍ଡ ପୁରସ୍କାକର ଓ ଶୀର୍ଷ ୩୦ ଅଂଶଗ୍ରହଣକାରୀ ସମେତ) ।

ଦ ଜୁରୀ

  • ଟାଫେ ପକ୍ଷରୁ ପ୍ରତିଯୋଗିତା ପାଇଁ ଏକ ଜୁରୀ ନିଯୁକ୍ତ କରାଯିବ । ଏହି ଜୁରୀରେ ପ୍ରତିଯୋଗିତାର ବିଚାରଗୁଡିକ ଉପରେ ନିଷ୍ପତି ନେବା ଓ ଏହାକୁ ବୈଧ କରିବା ପାଇଁ ଆଭ୍ୟନ୍ତରୀଣ ଓ ବାହ୍ୟ ଟିମ୍‌ଗୁଡିକରୁ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯିବ ।
  • ବିଚାରକ ସମିତି ବିଜୟୀ ବିଚାରଧାରାକୁ ମୂଲ୍ୟାଙ୍କନ ଓ ନିର୍ଣ୍ଣୟ କରିବ । ଫଳାଫଳ ଓ ବିଜେତାଙ୍କ ନାମକୁ ୱେବ୍‌ସାଇଟରେ ଓ ମାସେ ଫର୍ଗୁସନର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଘୋଷଣା କରାଯିବ ।
  • ଟାଫେର ବିଚାରକ ସମିତିର ନିଷ୍ପତି ଚୂଡାନ୍ତ ହେବ ଏବଂ ପ୍ରତିଯୋଗିତା ସହ ଜଡିତ ସମସ୍ତ ପ୍ରସଙ୍ଗ ନିର୍ବିଶେଷରେ ସମସ୍ତ ଅଂଶଗ୍ରହଣକାରୀ ଏହାକୁ ମାନିବା ପାଇଁ ବାଧ୍ୟ ଅଟନ୍ତି ।

କୋଚିଙ୍ଗ୍‌‌

  • କୋଚ୍‌ମାନଙ୍କୁ ଅଂଶଗ୍ରହଣକାରୀମାନେ ସେୟାର କରିଥିବା ବିଚାର ଉପରେ ଆଧାର କରି ସେମାନଙ୍କୁ ଆବଂଟନ କରାଯିବ ।
  • ଅଂଶଗ୍ରହଣକାରୀଙ୍କୁ ବିଚାରପତିଙ୍କ ଆବଂଟନର ନିଷ୍ପତି କେବଳ ଟାଫେ ଉପରେ ନିର୍ଭର କରିବ ଏବଂ ସମସ୍ତ ପ୍ରତିଯୋଗୀ ଏହାକୁ ମାନିବାକୁ ବାଧ୍ୟ ଅଟନ୍ତି ।
  • ଅଂଶଗ୍ରହଣକାରୀମାନେ ଟାଫେ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଲିଙ୍କ୍ ମାଧ୍ୟମରେ କୋଚିଂ ପାଇଁ ସେମାନଙ୍କୁ ଆବଂଟନ କରାଯାଇଥିବା ସମୟରେ ଉପଲବ୍ଧ ରହିବେ ।
  • କୋଚ୍ ଓ ଅଂଶଗ୍ରହଣକାଙ୍କ ମଧ୍ୟରେ କୋଚିଙ୍ଗ ଅଧିବେଶନ ସମୟରେ ଯୋଗାଯୋଗ ବିବରଣୀ ସମ୍ବନ୍ଧିତ କୌଣସି ବ୍ୟକ୍ତିଗତ ସୂଚନାର ଆଦାନପ୍ରଦାନ ହେବ ନାହିଁ ।
  • ପାଠ୍ୟକ୍ରମର ଅଧିବେଶନଗୁଡିକ ସମୟରେ ଅଂଶଗ୍ରହଣକାରୀଙ୍କ ସମ୍ପର୍କରେ କୋଚ୍ ବା ପ୍ରଶିକ୍ଷକଙ୍କ ଦ୍ୱାରା ରିପୋର୍ଟ କରାଯାଇଥିବା କୌଣସି ପ୍ରକାରର ଅସଦାଚରଣ କିମ୍ବା ଦୁର୍ବବ୍ୟବହାର, ଅଂଶଗ୍ରହଣକାରୀଙ୍କୁ ତତ୍କାଳ ଅଯୋଗ୍ୟ ଘୋଷଣା କରାଯିବାର କାରଣ ହେବ ।

ବିଜେତା ଓ ପୁରସ୍କାର

  • ପ୍ରତିଯୋଗିତାର ଫଳାଫଳ ଓ ବିଜେତାଙ୍କ ନାମ ୱେବ୍‌ସାଇଟ ଓ ମାସେ ଫର୍ଗୁସନର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଘୋଷଣା କରାଯିବ ।
  • ପୁରସ୍କାର କିମ୍ବା ପୁରସ୍କାରର ଅଂଶ ଅନ୍ୟ ଜଣେ ବ୍ୟକ୍ତି କିମ୍ବା ସଂସ୍ଥାକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ।
  • ବିଜେତାମାନେ ଫଳାଫଳ ଘୋଷଣା ହେବା ପରେ ଆୟୋଜିତ ହେବାକୁ ଥିବା ଏକ ପୁରସ୍କାର ବିତରଣ ସମାରୋହରେ ନିଜର ପୁରସ୍କାର ସଂଗ୍ରହ କରିପାରିବେ ।
  • ଟାଫେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା, ବାତିଲ କରିବା କିମ୍ବା କାର୍ଯ୍ୟକ୍ରମର ସ୍ଥାନ ପରିବର୍ତନ କରିବା ପାଇଁ ଅଧିକାର ସଂରକ୍ଷିତ ରଖିଛି ଏବଂ ଅଂଶଗ୍ରହଣକାରୀଙ୍କୁ ଏସମ୍ପର୍କରେ ସୂଚିତ କରାଯିବ ।
  • ଟ୍ରାକ୍ଟର ଉପରେ କୌଣସି ପ୍ରକାରର ରାଜ୍ୟ/ ପ୍ରଦେଶ/ଆଂଚଳିକ ଓ କିମ୍ବା ସ୍ଥାନୀୟ ଟିକସ, ଜିଏସ୍‌ଟି, ଫି ଓ ଅତିରିକ୍ତ ଦେୟ ଏବଂ ଟିକସ (ବିଦେଶୀ କିମ୍ବା ଘରୋଇ ଓ ଆୟକର ସମେତ)ଗୁଡିକୁ ବିଜେତା ପିଠ କରିବେ ।
  • ବିନା କୌଣସି ଅତିରିକ୍ତ ଆକ୍‌ସେସରିରେ ଯାନଗୁଡିକୁ ପ୍ରଦାନ କରାଯିବ ଏବଂ ଏହାର ପଞ୍ଜୀକରଣ, ଆର୍‌ଟିଓ ଶୁଳ୍କ, ବୀମା ରାଶି ଆଦି ବିଜେତା ପଇଠ କରିବେ ।

ବୌଦ୍ଧିକ ସମ୍ପତି ଅଧିକାର

  • ଦାଖଲ ହୋଇଥିବା ପ୍ରବେଶ/କାର୍ଯ୍ୟଗୁଡ଼ିକ ଅଂଶଗ୍ରହଣକାରୀଙ୍କ ଦ୍ୱାରା ମୂଳ, ସୃଷ୍ଟି ଏବଂ/ଅଥବା ନିଆଯାଇଥିବା ଆବଶ୍ୟକ। ଏଥିରେ କୌଣସି ତୃତୀୟ ପକ୍ଷର ମାଲିକାନା କିମ୍ବା ନିୟନ୍ତ୍ରିତ ସାମଗ୍ରୀ ରହିବା ଉଚିତ୍ ନୁହେଁ ଯାହା ପାଇଁ ଆପଣ ଲାଇସେନ୍ସ ପାଇନାହାଁନ୍ତି, ଏବଂ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର କପିରାଇଟ୍, ଟ୍ରେଡମାର୍କ, ନୈତିକ ଅଧିକାର, ଗୋପନୀୟତା/ପ୍ରଚାର ଅଧିକାର କିମ୍ବା ବୌଦ୍ଧିକ ସମ୍ପତ୍ତି ଅଧିକାର ଉଲ୍ଲଂଘନ କରିବା ଉଚିତ୍ ନୁହେଁ।
  • TAFE ଅଂଶଗ୍ରହଣକାରୀଙ୍କ ମାଲିକାନା ଅଧିକାରକୁ ସମ୍ମାନ କରେ, ଯେଉଁଥିରେ କପିରାଇଟ୍ ଅନ୍ତର୍ଭୁକ୍ତ, ଯାହା ସମ୍ପୃକ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ବ୍ୟକ୍ତିଗତ ଭାବରେ ବିକଶିତ ଏବଂ ଦାଖଲ କରାଯାଇଥିବା ମୂଳ କାର୍ଯ୍ୟ/କଳ୍ପନା ଉପରେ। TAFE ବୁଝେ ଯେ ଏଥିରେ ବୌଦ୍ଧିକ ସମ୍ପତ୍ତି ଅଧିକାର ସମ୍ପୃକ୍ତ ସୃଷ୍ଟିକର୍ତ୍ତା/ଲେଖକଙ୍କ ପାଖରେ ରହିବ। ତଥାପି, ଦାଖଲ କରିବା ପରେ, ଅଂଶଗ୍ରହଣକାରୀମାନେ ଏତଦ୍ଦ୍ୱାରା TAFEକୁ ଏକ ବିଶ୍ୱବ୍ୟାପୀ, ଅଣ-ବିଶେଷ, ରୟାଲ୍ଟି-ମୁକ୍ତ, ଉପ-ଲାଇସେନ୍ସଯୋଗ୍ୟ ଅଧିକାର ଏବଂ ଲାଇସେନ୍ସ ପ୍ରଦାନ କରନ୍ତି, ଯାହା ପ୍ରତିଯୋଗିତା, ପ୍ରତିଛବି, ଅଂଶଗ୍ରହଣକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ କିମ୍ବା ପ୍ରତିଯୋଗିତା, ଏହାର ଉତ୍ପାଦ ଏବଂ ଇଭେଣ୍ଟଗୁଡ଼ିକୁ ପ୍ରଚାର କରିବା ପାଇଁ, କୌଣସି ସୀମାବଦ୍ଧତା କିମ୍ବା ପ୍ରତିବନ୍ଧକ ବିନା, ବର୍ତ୍ତମାନ କିମ୍ବା ଏହା ପରେ ଜଣାଶୁଣା ଯେକୌଣସି କିମ୍ବା ସମସ୍ତ ଗଣମାଧ୍ୟମ ଫର୍ମରେ ବ୍ୟବହାର, ପ୍ରକାଶନ, ପୁନରୁତ୍ପାଦନ, ପ୍ରଦର୍ଶନ, ଅନୁକୂଳନ, ସୃଷ୍ଟି, ବଣ୍ଟନ, ମୁଦ୍ରଣ, ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ, କୌଣସି ସୀମାବଦ୍ଧତା କିମ୍ବା ପ୍ରତିବନ୍ଧକ ବିନା।
  • ଏହା ବ୍ୟତୀତ, ଯଦି ଅଂଶଗ୍ରହଣକାରୀ କୌଣସି ଦାଖଲର ଏକ ମଡେଲ ବିକାଶ, ପରିଷ୍କାର, କିମ୍ବା ପ୍ରୋଟୋଟାଇପ୍ କିମ୍ବା ସୃଷ୍ଟି କରିବା ପାଇଁ TAFE (କିମ୍ବା ଏହାର ପ୍ରତିନିଧି)ଙ୍କଠାରୁ ବୈଷୟିକ ସହାୟତା, ସମ୍ବଳ କିମ୍ବା ବିଶେଷଜ୍ଞତା ବ୍ୟବହାର କରନ୍ତି, ତେବେ ସମସ୍ତ ପରିଣାମସ୍ୱରୂପ ବୌଦ୍ଧିକ ସମ୍ପତ୍ତି - ମଡେଲ, ଡିଜାଇନ୍, ଉନ୍ନତି ଏବଂ ଡେରିଭେଟିଭ୍ ସମେତ କିନ୍ତୁ ସୀମିତ ନୁହେଁ - କେବଳ TAFE ସହିତ ନ୍ୟସ୍ତ ହେବ। ଅଂଶଗ୍ରହଣକାରୀ ସ୍ୱୀକାର କରନ୍ତି ଯେ TAFE ଏପରି ବିକାଶ / ସୃଷ୍ଟି / ମଡେଲ / ପରିବର୍ତ୍ତନର ଏକମାତ୍ର ଲେଖକ / ସ୍ରଷ୍ଟା / ମାଲିକ ଭାବରେ ବିବେଚିତ ହେବ, ଏପରି ସୃଜନଶୀଳ ଏବଂ ବୈଷୟିକ କାର୍ଯ୍ୟାନ୍ୱୟନ କିମ୍ବା ବିକାଶ କିମ୍ବା ଉନ୍ନତିକରଣ ପାଇଁ, ବୈଷୟିକ, ସମ୍ବଳ ଏବଂ ମୂଲ୍ୟ ଦିଗରେ ଉଭୟ ଦିଗରେ ଏହାର ଅବଦାନ ଦ୍ୱାରା।
  • ଅଂଶଗ୍ରହଣକାରୀମାନେ ବୁଝନ୍ତି ଏବଂ ସହମତ ହୁଅନ୍ତି ଯେ TAFE, ଏହାର ବିକଳ୍ପରେ, ଯେକୌଣସି ଦାଖଲ କରାଯାଇଥିବା କାର୍ଯ୍ୟ/ମଡେଲ କ୍ରୟ କରିବାର ଅଧିକାର ସଂରକ୍ଷଣ କରେ, ଯେଉଁଥିରେ ଏହା ସହିତ ଜଡିତ ଯେକୌଣସି କିମ୍ବା ସମସ୍ତ ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ସେମାନଙ୍କର ଡେରିଭେଟିଭ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣକାରୀମାନେ ଏହା ଦ୍ୱାରା ସହଯୋଗ କରିବାକୁ ଏବଂ ଏହାର ରେକର୍ଡ ପାଇଁ ସମ୍ପୃକ୍ତ କାର୍ଯ୍ୟ ଏବଂ ଡକ୍ୟୁମେଣ୍ଟରେ ସ୍ୱାକ୍ଷର କରିବାକୁ ରାଜି ହୁଅନ୍ତି।

ଲାୟବିଲିଟି ବା ଦାୟିତ୍ୱ

  • ନିଜର ଆବେଦନ ତଥା ଏଂଟ୍ରି ଦାଖଲ କରି ଆପଣ ଏହିପରି ଭାବେ ଟାଫେ ଓ ଏହାର ପାର୍ଟନର, ସହଯୋଗୀ, ସହାୟକ କମ୍ପାନୀ, ଆଡଭର୍ଟାଇଜିଂ ଏଜେନ୍ସି, ଏଜେଂଟ ଓ ସେମାନଙ୍କର କର୍ମଚାରୀ, ଅଧିକାରୀ ଓ ପ୍ରତିନିଧିଙ୍କୁ ପ୍ରତିଯୋଗିତା ସହ ସମ୍ବନ୍ଧିତ କିମ୍ବା ଅନ୍ୟ କୌଣସି ଉତ୍ସରୁ ଏବଂ ଦିଆଯାଇଥିବା ପୁରସ୍କାରର ବ୍ୟବହାର, ଅପବ୍ୟବହାର କିମ୍ବା ଅଧିକାରୁ ସୃଷ୍ଟି ହୋଇଥିବା ସମସ୍ତ ଦାୟ, ଦାବି, ନିଷ୍ପତି, ବିବାଦ, ଚୁକ୍ତି, କ୍ଷତି, କାର୍ଯ୍ୟାନୁଷ୍ଠାନ ଓ କାର୍ଯ୍ୟାନୁଷ୍ଠାନର କାରଣରୁ ମୁକ୍ତ ଓ କ୍ଷତିରୁ ସୁରକ୍ଷିତ ରଖିବେ । ଆପଣ ପ୍ରତିଯୋଗିତା କିମ୍ବା ଏହା ସହ ଜଡିତ କୌଣସି ଗତିବିଧି ସହିତ କିମ୍ବା ପ୍ରତିଯୋଗିତା କାରଣରୁ , ଏପରିକି ଟାଫେର ଅବହେଳା କାରଣରୁ, ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ମାନବିକ ତ୍ରୁଟି କିମ୍ବା ଅନ୍ୟ କାରଣରୁ ସୃଷ୍ଟି ହୋଇଥିବା ଆଘାତ କିମ୍ବା ଦାବି କ୍ଷେତ୍ରରେ ଆପଣ ଟାଫେ କିମ୍ବା ମାସେ ଫର୍ଗୁସନ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କିତ ଦାବିକୁ ପରିତ୍ୟାଗ କରିବେ ।
  • ଆପଣ ବିନା ସୀମିତତାରେ ପ୍ରତିଯୋଗିତାରେ ଆପଣଙ୍କ ଅଂଶଗ୍ରହଣରୁ ଉତ୍ପନ୍ନ ହୋଇଥିବା କୌଣସି ଦାବି, ପ୍ରତିଯୋଗିତାରେ ଆପଣଙ୍କ ଅଂଶଗ୍ରହଣ ସହ ଜଡିତ କୌଣସି ମାଧ୍ୟମରେ ଆପଣ କିମ୍ବା ସେମାନେ ପାଇଥିବା ଆଘାତ କିମ୍ବା କ୍ଷତିର ଫଳସ୍ୱରୁପ କୌଣସି ୩ୟ ପକ୍ଷ ଦ୍ୱାରା ଅଣାଯାଇଥିବା ସମସ୍ତ ଦାବିରୁ ଟାଫେକୁ ମୁକ୍ତ ରଖିବେ ଓ କ୍ଷତିରୁ ସୁରକ୍ଷିତ ରଖିବେ ।
  • କୌଣସି ପରିସ୍ଥିତିରେ ମାସେ ଫର୍ଗୁସନ କିମ୍ବା ଟାଫେ ନିମ୍ନ ସ୍ଥିତିଗୁଡିକ ପାଇଁ ଦାୟୀ ହେବ ନାହିଁ ।
    • ହଜିଯାଇଥିବା, ବିଳମ୍ବିତ, ଭୂଲ ନିର୍ଦ୍ଦେଶିତ, ଚୋରି ହୋଇଥିବା, ଅବୈଧ କିମ୍ବା ଅସମ୍ପୂର୍ଣ୍ଣ ଉପସ୍ଥାପନା ।
    • ଦାଖଲ କରାଯାଇଥିବା ଫଟୋ କିମ୍ବା ଭିଡିଓଗୁଡିକରେ ତ୍ରୁଟି, ଲୋପ ପାଇବା, ବାଧା, ନଷ୍ଟ ହେବା, ତ୍ରୁଟିପୂର୍ଣ୍ଣ, ପରିଚାଳନା କିମ୍ବା ସଂଚାରଣରେ ବିଳମ୍ବ, କମ୍ୟୁନିକେଶନ ଲାଇନରେ ବିଫଳତା, ଚୋରି କିମ୍ବା ନଷ୍ଟ ହେବା କିମ୍ବା ଅନାଧିକୃତ ପହଂଚ, କିମ୍ବା ପରିବର୍ତନ ।
    • ଯେକୌଣସି ଟେଲିଫୋନ୍ ନେଟ୍‌ୱର୍କ କିମ୍ବା ଲାଇନ୍‌. କମ୍ପ୍ୟୁଟର ଅନ୍‌ଲାଇନ ସିଷ୍ଟମ, ସର୍ଭର, ପ୍ରୋଭାଇଡର, କମ୍ପ୍ୟୁଟର ଉପକରଣ, ସଫ୍ଟୱେୟାର, ଇମେଲ, ପ୍ଲେୟର କିମ୍ବା ବ୍ରାଉଜର୍‌, ଇଂଟରନେଟ୍‌, ଯେକୌଣସି ୱେବ୍‌ସାଇଟ୍‌ରେ କିମ୍ବା ଉପରୋକ୍ତ ଯେକୌଣସି ମିଶ୍ରଣ ପାଇଁ ବୈଷୟିକ ସମସ୍ୟା କିମ୍ବା ଟ୍ରାଫିକ୍ କଞ୍ଜେସନ କାରଣରୁ ସୃଷ୍ଟି ହୋଇଥିବା ସମସ୍ୟା, ବିଫଳତା କିମ୍ବା ବୈଷୟିକ ତ୍ରୁଟି ।
    • ପ୍ରତିଯୋଗିତା ସହ ଜଡିତ କିମ୍ବା ପ୍ରତିଯୋଗିତାରେ ବ୍ୟବହୃତ କୌଣସି ଉପକରଣ କିମ୍ବା ପ୍ରୋଗ୍ରାମିଂ କାରଣରୁ ସୃଷ୍ଟି ହୋଇଥିବା କିମ୍ବା ଫଟୋ / ଭିଡିତ୍ତ୍ୱଓ / ଆବେଦନ ଦାଖଲ ପ୍ରକ୍ରିୟାରୁ ସୃଷ୍ଟି ହୋଇଥିବା ଭୁଲ ଓ ତ୍ରୁଟିପୂର୍ଣ୍ଣ ସୂଚନା ।
    • ପ୍ରତିଯୋଗିତା ସହ ସଂଯୋଗରେ କୌଣସି ଅଂଶଗ୍ରହଣକାରୀ କିମ୍ବା କୌଣସି କମ୍ପ୍ୟୁଟରରେ ଆଘାତ କିମ୍ବା କ୍ଷତି ।
  • ଯଦି କୌଣସି କାରଣରୁ ଯେପରିକି କମ୍ପ୍ୟୁଟର ଭାଇରସ୍‌, ବଗ୍‌, ଟାମ୍ପରିଂ, ଅନାଧିକୃତ ହସ୍ତକ୍ଷେପ, ଠକେଇ, ବୈଷୟିକ ବିଫଳତା କିମ୍ବା ମାସେ ଫର୍ଗୁସନର ନିୟନ୍ତ୍ରଣ ବାହାରେ ଥିବା ଅନ୍ୟ କୌଣସି କାରଣରୁ ପ୍ରତିଯୋଗିତା ଆଶା ଅନୁରୂପ ପରିଚାଳିତ ହେଉନଥିଲେ, ଟାଫେ ନିକଟରେ ନିଜ ବିବେକ ଅନୁସାରେ ପ୍ରତିଯୋଗିତାକୁ ବାତିଲ, ବନ୍ଦ, ପରିବର୍ତନ ଓ ସ୍ଥଗିତ କରିବା ପାଇଁ ଅଧିକାର ରହିଛି । ଏଥିସହିତ ଟାଫେ ନିକଟରେ ଯେକୌଣସି ଅଂଶଗ୍ରହଣକାରୀଙ୍‌କ ଅଯୋଗ୍ୟ ଘୋଷଣା କରିବା କିମ୍ବା ସମାପ୍ତ, ବାତିଲ, ପରିବର୍ତନ କିମ୍ବା ନିଲମ୍ବନ ପୂର୍ବରୁ ଦାଖଲ କରାଯାଇଥିବା ସମସ୍ତ ଯୋଗ୍ୟ ଫଟୋ ଓ ଭିଡିଓଗୁଡିକରୁ ବିଜେତାଙ୍କୁ ଚୟନ କରିବାର ଅଧିକାର ରହିଛି ।

ପରିଚାଳନା ନିୟମ

  • ପ୍ରତିଯୋଗିତା, ଆପଣଙ୍କ ଆବେଦନ ଓ ନିୟମଗୁଡିକୁ ଭାରତୀୟ ଆଇନ ଅନୁଯାୟୀ ପରିଚାଳନା ଓ ବ୍ୟାଖ୍ୟା କରାଯିବ । ପ୍ରତିଯୋଗିତା ଓ / କିମ୍ବା ଆପଣଙ୍କ ଦାଖଲଗୁଡିକ ସନ୍ଦର୍ଭରେ କିମ୍ବା ଅନ୍ୟ କୌଣସି ଉତ୍ସରୁ ସୃଷ୍ଟି କୌଣସି ପ୍ରକାରର ବିବାଦ ଓ ଦିଗଗୁଡିକ କୋର୍ଟସ୍ ଅଫ୍ ଚେନ୍ନାଇର ସ୍ୱତନ୍ତ୍ର ଅଧିକାର ଅଧିନରେ ରହିବ ।